ପ୍ରମୁଖ ଖବର
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||
  • ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
  • ||

Nestle ର ଭେଦଭାବ: ଭାରତରେ ବିକ୍ରି ହେଉଥିବା ସେରେଲାକ୍‌ରେ ମିଶୁଛି ଚିନି, ଚକିତ କଲା ଷ୍ଟଡି ରିପୋର୍ଟ

ନୂଆଦିଲ୍ଲୀ,୧୮।୪: ଭାରତ ସରକାରଙ୍କ ତଦନ୍ତ ପରିସରରେ ଏବେ ନେଷ୍ଟଲେ କମ୍ପାନୀ।  ଭାରତରେ ବିକ୍ରି ହେଉଥିବା ବେବି ଫୁଡ୍‌ ବା ଶିଶୁମାନେ ଖାଉଥିବା ଖାଦ୍ୟରେ ଚିନି ମିଶା ଯାଉଥିବା ନେଇ ଏକ ରିପୋର୍ଟ ପରେ ଆକ୍ସନରେ ସରକାର । ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର ରଖୁଥିବା ଏକ ୱେବସାଇଟ ‘ପବ୍ଲିକ ଆଇ’ ପକ୍ଷରୁ ଏଭଳି ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁସାରେ, ଭାରତରେ ବିକ୍ରି ହେଉଥିବା ନେଷ୍ଟଲେର ଶିଶୁ ଖାଦ୍ୟରେ ଚିନି ମିଶା ଯାଉଛି।

ନେଷ୍ଟଲେ ସ୍ବିଜରଲ୍ୟାଣ୍ଡର ଏକ ପ୍ରସିଦ୍ଧ କମ୍ପାନୀ, ଯାହାର ଉତ୍ପାଦ ସମଗ୍ର ବିଶ୍ୱରେ ବିକ୍ରି ହୁଏ। ପବ୍ଲିକ ଆଇ ର ଏକ ରିପୋର୍ଟରୁ ଜଣାପଡିଛି,ନେସଲେ ୟୁରୋପ, ଆମେରିକା ଏବଂ ଜର୍ମାନୀ ଭଳି ବିକଶିତ ଦେଶରେ ଏହି ବେବିଫୁଡ୍‌ ବିକ୍ରୟ କରେ, ସେତେବେଳେ ସେଗୁଡ଼ିକରେ ଚିନି ନ ଥାଏ। କାରଣ ସେଠାରେ ବେବି ଫୁଡ୍‌ରେ ଚିନି ମିଶିଥିଲେ   ଜୋରଦାର ଜରିମନା ଲାଗିଥାଏ। ବିକଶିତ ଦେଶକୁ ଛାଡି ନେଷ୍ଟଲେ ଅନେକ ଦେଶରେ ଶିଶୁ କ୍ଷୀର ଏବଂ ସେରେଲାକ ଉତ୍ପାଦରେ ଚିନି  ବ୍ୟବହାର କରୁଛି। 

ନେସଲେର ନିୟମ ଉଲ୍ଲଂଘନ ମାମଲା ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକୀୟ ଦେଶରେ ଦେଖିବାକୁ ମିଳିଛି। କାରଣ ଏହି ସବୁ ଦେଶରେ ବେବି ଫୁଡ୍‌ରେ ଚିନି ମିଳିଲେ କୌଣସି ପ୍ରକାର ଜରିମାନା ଲାଗିନଥାଏ। ଯଦି ରିପୋର୍ଟ ଠିକ୍ ରୁହେ ତେବେ ଓ୍ବାର୍ଲ୍ଡ ହେଲଥ୍ ଅର୍ଗାନାଇଜେସନ୍ (ଡବ୍ଲୁଏଚଓ)ର ନିର୍ଦେଶର ଏହା ଉଲଂଘନ କରୁଛି। ଡବ୍ଲୁଏଚଓର ସୂଚନା ଅନୁସାରେ, ୩ ବର୍ଷରୁ କମ୍ ବୟସର ପିଲାଙ୍କ ଖାଦ୍ୟରେ ଚିନି କିମ୍ବା ମିଠା ଜାତୀୟ ଖାଦ୍ୟ  ଉପଯୋଗ କରିବା ଉଚିତ ନୁହେଁ। ରିପୋର୍ଟରେ କୁହାଯାଇଛି କମ୍ପାନୀ ଭିଟାମିନ୍, ଖଣିଜ ଓ ଅନ୍ୟ ପୋଷକତତ୍ତ୍ବ ଥିବାର ଦାବି କରେ, କିନ୍ତୁ ଚିନି ମିଶାଉଥିବା ବିଷୟରେ କିଛି କୁହେନି।

ପବ୍ଲିକ ଆଇ ଓ IBFAN  ପକ୍ଷରୁ କମ୍ପାନୀର ୧୫୦ ଟି ପ୍ରଡକ୍ଟର ଯାଞ୍ଚ ପାଇଁ ବେଲଜିୟମ୍ ଲ୍ୟାବ୍ ପଠାଯାଇଥିଲା। ଏଥିରେ ଦାବୀ କରାଯାଇଥିଲା କିଛି ପ୍ରଡକ୍ଟ ଯେପରିକି ସେରେଲାକ୍ ଓ ଅନ୍ୟ ଗୁଡିକରେ ପ୍ରତି ଚାମଚରେ ୪ ଗ୍ରାମ ଚିନି ରହିଛି, ଯାହାକୁ ଏକ ସୁଗାର କ୍ୟୁବ୍ ସହିତ ସମାନ। ଫିଲିପାଇନ୍ସରେ ବିକ୍ରି ହେଉଥିବା ପ୍ରଡକ୍ଟରେ ୬ ମାସର ବେବି ସେରେଲାକ୍‌ରେ ଏହି ମାତ୍ରା ୭.୫ ଗ୍ରାମ ମିଳିଛି।

ରିପୋର୍ଟ ଅନୁସାରେ, ନେଷ୍ଟଲେ ଏସିଆ ମହାଦେଶରେ  ଆମେରିକା ଓ ୟୁରୋପ ତୁଳନାରେ ଅଧିକ ମାତ୍ରାରେ ଚିନି ଶିଶୁ ଖାଦ୍ୟରେ ମିଶାଉଛି। ୟୁରୋମନିଟର ଇଣ୍ଟରନ୍ୟାସନାଲ ଅନୁସାରେ, ସେରେଲାକ୍ ବିଶ୍ବସ୍ତରରେ ଟପ୍ ବେବି ଫୁଡ୍‌ ବ୍ରାଣ୍ଡ, ଯାହାର ବିକ୍ରି ୨୦୨୨ ରେ ୧ ବିଲିୟନ ଡଲାରରୁ ଅଧିକ ହୋଇଯାଇଥିଲା। ଏହାର ବିକ୍ରିର ସବୁଠାରୁ ଅଧିକ ଭାଗ ପ୍ରାୟ ୪୦%, ବ୍ରାଜିଲ ଓ ଭାରତରୁ ଆସୁଛି। ଏହି ରିପୋର୍ଟ ପରେ ନେଷ୍ଟଲେ ଇଣ୍ଡିଆର ମୁଖପାତ୍ର କହିଛନ୍ତି, କମ୍ପାନୀ ଗତ ୫ ବର୍ଷ ହେବ ନିଜର ବେବି ଫୁଡ୍‌ରେ ଅତିରିକ୍ତ ସୁଗାରକୁ ୩୦% କମ୍ କରିଦେଇଛି। କମ୍ପାନୀ କହିଛି, ଆମେ ନିୟମିତ ଭାବରେ ନିଜର ଖାଦ୍ୟର ଯାଞ୍ଚ କରୁଛୁ ଓ ଗୁଣବତ୍ତା, ସୁରକ୍ଷା ଓ ସ୍ବାଦରେ କୌଣସି ପ୍ରକାର ବୁଝାମଣା କରାଯାଉ ନାହିଁ। ଅତିରିକ୍ତ ସୁଗାର ସ୍ତରକୁ କମ୍ କିବା ପାଇଁ ନିଜ ଉତ୍ପାଦରେ ସୁଧାର କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.